Konark, also known as Arka-kshetra or Padma-kshetra, owes its singular distinction to the Sun temple located here. The temple represents the highest watermark of the kalingan style of architecture, built by Narasimhadeva-I (C.E. 1238-64) of the Ganga dynasty. The face of the high plinth on either side is carved with twelve pairs of wheels justifying the description of the temple as a chariot. The main temple complex consists of a rekha sanctum, pyramidal jagmohana and a pillared hall popularly known as Nata-mandapa. The sanctum and the porch forming a single unified architectural scheme has been conceived as the celestial chariot of the Sun God who is believed in Hindu mythology to course across the sky in a chariot of seven horses. The temple comprised of a sanctum with a lofty sikhara (now lost), a jagamohana or mandapa, 38m high and a detached nata-mandapa in the same axis, with subsidiary shrines; all enclosed in a compound wall. The sanctum and the nata-mandapa have lost their roof, the jagamohana alone having preserved its roof intact. The battered walls of all the constituents have a variegated texture enlivened by sculptural and ornamental profusion. The sanctum displays superb images of the Sun god in the three projections, while the roof tiers of the jagamohana harbor colossal figures of female musicians.
कोणार्क, जिसे अर्क-क्षेत्र अथवा पद्म-क्षेत्र के नाम से भी जाना जाता है, की विशिष्टता यहां स्थित सूर्य मंदिर के कारण है। यह मंदिर वास्तुकला की कलिंग शैली के उच्चतम शीर्षता का प्रतिनिधित्व करता है, जिसे गंग राजवंश के नरसिम्हादेव-प्रथम (१२३८-६४ ई.) द्वारा निर्मित किया गया था। दोनों ओर ऊँचे चबूतरे के मुख पर बारह जोड़ी पहिये उकेरे गए हैं जो मंदिर के रथ रूपी वर्णन को उचित ठहराते हैं। मुख्य मंदिर परिसर में एक रेखा गर्भगृह, पिरामिडनुमा जगमोहन और एक स्तंभ युक्त कक्ष है जिसे नट-मंडप के नाम से जाना जाता है। एक एकीकृत वास्तुशिल्प योजना बनाने वाले गर्भगृह और बरामदे की कल्पना सूर्य भगवान के दिव्य रथ के रूप में की गई है, जिनके बारे में हिंदू पौराणिक कथाओं में माना जाता है कि वे सात घोड़ों के रथ पर आकाश में घूमते हैं। मंदिर में एक ऊँचा शिखर (अब लुप्त) सहित एक गर्भगृह, ३८ मीटर ऊँचा एक जगमोहन या मंडप व सहायक मंदिरों के साथ एक ही धुरी पर एक अलग नट-मंडप था जो सभी एक परिसर की दीवार में घिरे हैं। गर्भगृह और नट-मंडप की छत लुप्त है, केवल जगमोहन की छत टिकी हुई है। सभी भागों की जर्जर दीवारों पर मूर्तिकला एवं अलंकरण द्वारा विभिन्न रचना है। गर्भगृह में सूर्य देव की तेजस्वी मूर्ति जबकि जगमोहन की छत पर महिला संगीतकारों की भव्य आकृतियाँ प्रदर्शित हैं।
ଅର୍କକ୍ଷେତ୍ର ଓ ପଦ୍ମକ୍ଷେତ୍ର ଭାବରେ ମଧ୍ୟ ପରିଚିତ କୋଣାର୍କର ପ୍ରସିଦ୍ଧି ଏଠାରେ ଥିବା ସୂର୍ଯ୍ୟ ମନ୍ଦିର ପାଇଁ । ଏହି ମନ୍ଦିର ଭାସ୍କର୍ଯ୍ୟ କଳା କ୍ଷେତ୍ରରେ କଳିଙ୍ଗ ଶୈଳୀରେ ସର୍ବୋତ୍କୃଷ୍ଟ ଉଦାହରଣ । ଏହା ଗଙ୍ଗ ରାଜବଂଶର ପ୍ରଥମ ନରସିଂହ ଦେବଙ୍କ (ଖ୍ରୀ ୧୨୩୮-୧୨୬୪) ଦ୍ୱାରା ନିର୍ମିତ । ଏକ ଉଚ୍ଚ ପୀଠ ଉପରେ ନିର୍ମିତ ଏହି ମନ୍ଦିରକୁ, ଏକ ରଥ ଭାବରେ ପରିକଳ୍ପନା ଓ ବର୍ଣନା କରାଯାଇଛି, ଯାହାର ପ୍ରମାଣ ହେଉଛି ପୀଠର ଉଭୟ ପାର୍ଶ୍ୱ କାନ୍ଥରେ ସ୍ଥାନୀତ ବାରଯୋଡ଼ା ଚକ । ମୁଖ୍ୟ ମନ୍ଦିର ପରିସରରେ ଅଛି ଏକ ରେଖାଶୈଳୀର ଗର୍ଭଗୃହ, ପିରାମିଡ୍ ଶୈଳୀର ଜଗମୋହନ ଓ ଏକ ସ୍ତମ୍ଭଯୁକ୍ତ କକ୍ଷ, ଯାହାକୁ ନାଟ ମଣ୍ଡପ କୁହାଯାଏ । ମୂଳତଃ ଗର୍ଭଗୃହ ଉପରେ ଏକ ସୁଉଚ୍ଚ ଶିଖର ଥିଲା, ଯାହା ଏବେ ଧ୍ୱଂସ ପାଇଯାଇଛି । ସୁରକ୍ଷିତ ରହିଥିବା ଜଗମୋହନର ଉଚ୍ଚତା ୩୮ ମିଟର ହୋଇଥିବା ବେଳେ ନାଟମଣ୍ଡପଟି ବିଯୁକ୍ତ ହୋଇ ରହିଛି ଓ ଏହାର ଛାତ ଭାଙ୍ଗିଯାଇଛି । ଏକ ସମନ୍ବିତ ବାସ୍ତୁଶିକ ଯୋଜନା ଆଧାରରେ ସଂଯୋଜିତ ଗର୍ଭଗୃହ ଓ ଜଗମୋହନକୁ, ସୂର୍ଯ୍ୟ ଦେବଙ୍କର ଏକ ଦିବ୍ୟ ରଥ ଭାବରେ ପରିକଳ୍ପନା କରାଯାଇଛି; କାରଣ ହିନ୍ଦୁ ପୁରାଣ ମତରେ ସୂର୍ଯ୍ୟଦେବ ପ୍ରତିଦିନ ସାତଟି ଅଦସୋତା ଯାଇଥିବା ରଥରେ ସମଗ୍ର ଆକାଶ ପରିକ୍ରମା କରନ୍ତି ବୋଲି ବିଶ୍ଵାସ କରାଯାଏ । ମନ୍ଦିର ହତାରେ ଆହୁରି କେତେକ ସହାୟକ ମନ୍ଦିର ମଧ୍ୟ ଅଛି । ଏ ସମସ୍ତ ଅବଶେଷ ଚାରିପଟେ ଏକ ପ୍ରାଚୀର ଘେରାଯାଇଛି । ଏଠାରେ ଥିବା ସମସ୍ତ ସୌଧର ବାହ୍ୟଗାତ୍ର କାଳକ୍ରମେ କିଛିଟା କ୍ଷତବିକ୍ଷତ ହୋଇ ଯାଇଥିଲେ ମଧ୍ୟ ସ୍ଥାପତ୍ୟ ଶିଳ୍ପର ବିବିଧ ଓ ବିପୁଳ ଅଳଙ୍କରଣର ଛଟାରେ ଏବେ ମଧ୍ୟ ସୁଶୋଭିତ । ଗର୍ଭଗୃହର ବାହ୍ୟଗାତ୍ରରେ ତିନୋଟି ଉତ୍କୃଷ୍ଟ ସୂର୍ଯ୍ୟ ପ୍ରତିମା ଅବସ୍ଥାପିତ ହୋଇଥିବା ବେଳେ, ଜଗମୋହନର ଛାତ ସୋପାନରେ ବିଶାଳ ନାରୀ ସଙ୍ଗୀତଜ୍ଞ ମାନଙ୍କର ଚମତ୍କାର ପ୍ରଦର୍ଶନ ହୋଇଛି ।